Spread the love

ନୂଆଦିଲ୍ଲୀ
ସୀମାରେ ଭାରତ-ଚୀନ ସ୍ଥିତିକୁ ଦେଖି ଦେଶରେ ଚୀନ ସାମଗ୍ରୀ ବର୍ଜନ ଦାବି ଜୋର ଧରିଛି । ଏପରି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନାକୁ ସମାଲୋଚନା କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସରକାର ମେକ ଇଣ୍ଡିଆକୁ ପ୍ରୋତ୍ସାହନ ଦେଉଛନ୍ତି କିନ୍ତୁ ଚୀନ ଠାରୁ ସାମଗ୍ରୀ କିଣୁଛନ୍ତି । ୨୦୧୪ ପର ଠାରୁ ଚୀନରୁ ଆମଦାନୀ ବୃଦ୍ଧି ପାଇଛି । ତଥ୍ୟ ମିଛ ନୁହେଁ । ବିଜେପି କହୁଛି ମେକ ଇନ ଇଣ୍ଡିଆ । କିନ୍ତୁ ସେ ଚୀନରୁ ସାମଗ୍ରୀ କିଣୁଛି । ସେ ଟ୍ୱିଟରରେ ୟୁପିଏ ଏବଂ ଏନଡିଏ ଅମଳରେ ଚୀନ ଆମଦାନୀର ଗ୍ରାଫିକ ସେୟାର କରିଛନ୍ତି । ଏହା ଅନୁଯାୟୀ ୨୦୦୮ରୁ ୨୦୧୪ ମଧ୍ୟରେ ଚୀନରୁ ୧୪ ପ୍ରତିଶତରୁ କମ ଆମଦାନୀ ହେଉଥିଲା । କିନ୍ତୁ ବିଜେପି ନେତୃତ୍ୱଧୀନ ଏନଡିଏ ସମୟରେ ଏହା ୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here