Spread the love

ନୂଆଦିଲ୍ଲୀ: ପୁଣି ବର୍ଷିଲେ ରାହୁଲ ଗାନ୍ଧୀ । ରାହୁଲ ପୁଣିଥରେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଏହି ଦୁଇ ରାଜନୈତିକ ଦଳ ଭାରତୀୟ ସୋସିଆଲ ମିଡ଼ିଆ କୁ ଏକ ପ୍ରକାର ନିୟନ୍ତ୍ରଣରେ ରଖିଛନ୍ତି।ଫେସବୁକ୍‌ ଏବଂ ହ୍ବାଟ୍‌ସଆପ୍‌ ଜରିଆରେ ମିଥ୍ୟା ଖବର ଏବଂ ଘୃଣାର ପ୍ରଚାର କରୁଛନ୍ତି। ଏହି ସୋସିଆଲ ମିଡ଼ିଆ ଦ୍ଵାରା ନିର୍ବାଚନ ସମୟରେ ବିଜେପି ଏବଂ ଆରଏସଏସ ଦଳ ମତଦାତା ମାନଙ୍କୁ ପ୍ରଭାବିତ କରୁଛନ୍ତି । ଅନ୍ୟପଟେ ଆଜି ସକାଳେ ରାହୁଲ ଚୀନ ସହ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଛାଡ଼ି ଭାରତୀୟ ସେନାର ଶକ୍ତି ଉପରେ ତାଙ୍କର ଭରସା ଥିବା ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here