Spread the love

କୋଲକାତା : ରବିବାର ପଶ୍ଚିମବଙ୍ଗ ହୁଗୁଳୀ ଜିଲ୍ଲାରେ ଜଣେ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ଗଣେଶ ରାୟ । ତେବେ ଏଭଳି ମୃତ୍ୟୁକୁ ନେଇ ବିଜେପି ଏକ ବଡ ଧରଣର ଅଭିଯୋଗ ଆଣିଛି ।ବିଜେପି ଅଭିଯୋଗ କରିଛି ଯେ ତୃଣମୂଳ କଂଗ୍ରେସ ସଦସ୍ୟ ଗଣେଶ ରାୟଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି । ସୂଚନା ଅନୁଯାୟୀ, ଗଣେଶ ରାୟ ଶନିବାର ଠାରୁ ନିଖୋଜ ଥିଲେ । ରବିବାର ଦିନ ତାଙ୍କର ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here