Spread the love

ମୁମ୍ବାଇ
ଅଭିନେତ୍ରୀ କଙ୍ଗନା ରାଣାବତଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ମଣିକର୍ଣିକା ଫିଲ୍ମର କାର୍ଯ୍ୟାଳୟକୁ ବିଏମସି ଭାଙ୍ଗି ଦେଇଛି । ଏବେ ଏହି କାର୍ଯ୍ୟ ଜାରି ରହିଛି । ତେବେ ଏହି ଘଟଣାକୁ କଙ୍ଗନା ତୀବ୍ର ବିରୋଧ କରୁଛନ୍ତି । ସେ ଟ୍ୱିଟରରେ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ମୋ ଶତ୍ରୁଗୋଷ୍ଠୀ ପୁଣି ପ୍ରମାଣିତ କରିଦେଲେ ମୁମ୍ବାଇ ପିଓକେ ବୋଲି । ମୁଁ ଆଗରୁ କେବେ ଭୁଲ କହିନଥିଲିି ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ବାବର ଏବଂ ତାଙ୍କ ଆର୍ମୀ ମୋ ଘର ଭାଙ୍ଗିଲେ ବୋଲି କହିଛନ୍ତି । ସେ ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସେନା ବୋଲି କହିଛନ୍ତି । ମୁମ୍ବାଇ କୋଠାରେ ବୁଲଡୋଜର ଚଢାଇବା ପରେ କଙ୍ଗନା କ୍ଷୁବ୍ଧ ହୋଇ କହିଛନ୍ତି ଯେ ମୁମ୍ବାଇ ମୋ ଘର, ମହାରାଷ୍ଟ୍ର ମୋତେ ସବୁକିଛି ଦେଇଛି । ଶିବାଜୀ ମହାରାଜଙ୍କ ଭୂମିରେ ନାରୀଙ୍କ ସମ୍ମାନ ଲାଗି ରକ୍ତ ବି ଦେଇପାରେ ବୋଲି ସେ କହିଛନ୍ତି । ଘର ଭଙ୍ଗା ଘଟଣାକୁ ନେଇ କଙ୍ଗନା ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଓକିଲଙ୍କ ଦ୍ୱାରା ବମ୍ବେ ହାଇକୋର୍ଟରେ ବିଏମସି ବିରୋଧରେ ମାମଲା ଦାଏର କରିଛନ୍ତି । ଏହା ମାମଲାର ଶୁଣାଣୀ ଅପରାହ୍ଣ ୧୨.୩୦ରେ ହେବ । ତେବେ ବିଏମସି ଇଞ୍ଜିନିୟର କହିଛନ୍ତି ଯେ ସେଠାରେ ଚାଲିଥିବା କାମ ବନ୍ଦ କରିବା ଲାଗି କୁହାଯାଇଥିଲା । କିନ୍ତୁ ସେମାନେଏହା କରିନଥିଲେ । ସେଥିପାଇଁ କୋଠାକୁ ଭଙ୍ଗାଯାଉଛି । ଏଥିଲାଗି ତାଙ୍କୁ ପ୍ରଥମେ ନୋଟିସ ଜାରି କରାଯାଇଥିଲା । ବେଆଇନ ନିର୍ମାଣ ଲାଗି ତାଙ୍କୁ ଏକ ମାସ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ଏବଂ ଜରିମାନା ଲଗାଯାଇପାରେ ।

LEAVE A REPLY

Please enter your comment!
Please enter your name here