Spread the love

ଭୁବନେଶ୍ୱର; ରାଜଧାନୀର ବିଭିନ୍ନ ବଜାର ଏବେ ବିପଦ ସଙ୍କୁଳ ହୋଇପଡିଛି । ୟୁନିଟ୍ ୧ ରୁ ଆରମ୍ଭକରି ୟୁନିଟ୍ ୪ ହାଟ ଓ ମାର୍କେଟ ବିଲ୍ଡିଂ ସବୁସ୍ଥାନରେ କରୋନା ସଂକ୍ରମଣର ଆଶଙ୍କା ବଢି ଯାଇଛି । ଏପରିକି ମାଛ ମାର୍କେଟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ତେଣୁ ଘରୁ ବାରମ୍ବାର ମାର୍କେଟ ନ ଯାଇ ଅନଲାଇନ ସପିଙ୍ଗ ଓ ଅନଲାଇନ ପଇସା ଦେବାକୁ ଆଜି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏକ ପ୍ରେସମିଟରେ କହିଛନ୍ତି । ସୂଚନାଯୋଗ୍ୟଯେ , ଆଳୁ ଗୋଦାମରୁ ଜଣେ ସୁପର ସ୍ପ୍ରେଡର ୪୫ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ଭୁବନେଶ୍ଵର ମାଛ ମାର୍କେଟ ରୁ ୨୦ ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତଙ୍କୁ ବିଏମସି ଠାବ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୭୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୪୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଗୋଟିଏ ଦିନରେ ୧୨୬ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୨ଜଣଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ବିଭିନ୍ନ ବଜାର ଘାଟ ରେ କରୋନା ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଏହା ଏକ ପ୍ରକାର ଚାଲେଞ୍ଜ ସଦୃଶ ଅଟେ । ସନ୍ଧ୍ୟା ସମୟରେ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ଏନେଇ ଭିଡ଼ ଭିତରକୁ ନ ଯିବା ପାଇଁ କୁହାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ରାଜଧାନୀର ରମାଦେବୀ ବସ୍ତି ଓ ଆନନ୍ଦ ବଜାର ବସ୍ତିର ବସ୍ତି ବାସିନ୍ଦାଙ୍କ ନିଜସ୍ଵ ଉଦ୍ୟମ ଯୋଗୁ ସେଠାରେ ଗୋଟିଏ ବି ପଜେଟିଭ୍ ଚିହ୍ନଟ ହୋଇନାହିଁ । ଏବଂ ସେଠାକାର ବସ୍ତି ଲୋକମାନେ ନିଜେ ନିଜର ସୁରକ୍ଷା କରୁଥିବା କମିଶନର କହିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ସଚେତକ ଅାପ୍ କୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାର ରୁ ଉର୍ଦ୍ଧ୍ବ ଲୋକ ଡାଉନ୍ ଲୋଡ୍ କରି ସାରିଛନ୍ତି । ଏହି ଆପ ବୟସ୍କ ଲୋକ ମାନଙ୍କୁ ବହୁମାତ୍ରାରେ ସହାୟକ ହେଉଥିବା କମିଶନର କହିଛନ୍ତି ।
ଏହାସହ ରାଜଧାନୀରେ ଟେଷ୍ଟିଂଗ୍ ସଂଖ୍ୟା ୧୪ ଶହ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ତାହା ଲକ୍ଷ୍ୟଧାର୍ଯ୍ୟ କୁ ଟପି ୧୭ ଶହ ରେ ପହଁଚିଛି ।

LEAVE A REPLY

Please enter your comment!
Please enter your name here