Spread the love

ବଲାଙ୍ଗିର: ବଲାଙ୍ଗିରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ୮ରୁ ୧୧ ତାରିଖ ଯାଏ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜି ଏ ସମ୍ପର୍କରେ ଘୋଷଣା କରି ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ କରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସଟଡାଉନ ଜରୁରୀ ହୋଇଛି । ସଟଡାଉନ ବେଳେ ଜିଲ୍ଲାର ସମସ୍ତ ବ୍ୟବସାୟ ସଂସ୍ଥା, ସରକାରୀ-ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସଟଡାଉନର ଉଲ୍ଲଂଘନ କରାଗଲା ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଜିଲ୍ଲାରେ ଏ ଯାବତ ମୋଟ ୫୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଏବେ ୧୮୯ ସକ୍ରୀୟ ରୋଗୀ ଚିକିତ୍ସିିତ ହେଉଛନ୍ତି । ମୋଟ ୩୬୨ ସୁସ୍ଥ ହୋଇଥିଲା ବେଳେ କାହାର ମୃତ୍ୟୁ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here