Spread the love

ଚଣ୍ଡିଗଡ଼: ଆଜି ପଞ୍ଜାବର ଫେରୋଜପୁର ଜିଲ୍ଲାର ଇଣ୍ଡୋ-ପାକ୍ ସୀମାରୁ ସୀମା ସୁରକ୍ଷା ବାହିନୀ ଅଧିକାରୀ ତିନୋଟି ଏକେ-୪୭ ଏବଂ ଦୁଇଟି ଏମ୍‌-୧୬ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।ସର୍ଚ୍ଚ ଅପରେସନ ସମୟରେ ବିଏସଏଫ ସୈନିକମାନେ ଏକ ବ୍ୟାଗରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି।ଏକେ-୪୭ର ୬ଟି ମାଗାଜିନ୍‌ ଏବଂ ୯୧ ରାଉଣ୍ଡସ୍‌, ଏମ୍‌-୧୬ ରାଇଫଲର ୪ଟି ମାଗାଜିନ୍‌, ୫୭ ରାଉଣ୍ଡ୍‌ସ ମଧ୍ୟ ଉଦ୍ଧାର କରାଯାଇଛି ।ତେବେ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଏଠାକୁ କେମିତି ଆସିଲା ଏ ନେଇ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here