Spread the love

ବଣାଇ: ସୁନ୍ଦରଗଡ ଜିଲ୍ଲା ଜାତୀୟ ରାଜପଥ ୫୨୦ର ତୋଡାଠାରେ ନିର୍ମାଣ ହୋଇଥିବା ଏକ ଅସ୍ଥାୟୀ ବ୍ରିଜ ଭୁଶୁଡି ପଡିଛି । ଏଥିଯୋଗୁଁ ଜାତୀୟ ରାଜପଥ(ଏନଏଚ)ରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଫଳରେ ରାସ୍ତା ଉପରେ ଶତାଧିକ ଗାଡି ଠିଆହୋଇ ରହିଛି ।ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ଆରକେଡି କନଷ୍ଟ୍ରକସନ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାମ କରୁଛି । ବର୍ଷା ପୂର୍ବରୁ ଲୋକେ ବାରମ୍ବାର ପ୍ରଶାସନ ଓ କମ୍ପାନୀକୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଫଳରେ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here