Spread the love

ଭୁବନେଶ୍ବର, ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି।ଭିଡିଓ କନଫରେନସିଂ ଜରିଆରେ ଦ୍ଵିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡିଶା ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି ।ପ୍ରଶ୍ନତତ୍ତ୍ବ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ ।ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଏକାଡେମୀ ପୁରସ୍କାର ରାଶି ବୃଦ୍ଧି ପାଇଁ ଅନୁମୋଦନ କରାଯାଇଛି ।ଅତିବଡୀ ,କବି ସମ୍ରାଟ ,ଧର୍ମପଦ ,ବ୍ୟାସକବି ପୁରସ୍କାର ୫ ଲକ୍ଷକୁ ବୃଦ୍ଧି । ଏକାଡେମୀ ପୁରସ୍କାର ୫୦ ହଜାର ରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି । ଏକାଡେମୀ ସମ୍ବର୍ଦ୍ଧନା ୧ ଲକ୍ଷ ଟଙ୍କାକୁ ବୃଦ୍ଧି । ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ବିକାଶ କରାଯିବ । ସୁଆଣ୍ଡୋର ବିକାଶ ପାଇଁ ସାଢେ ୧୧ କୋଟି ବ୍ୟୟ କରାଯିବ ବୋଲି ପ୍ରସ୍ତାବରେ ଅନୁମୋଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here