Spread the love

ଭୁବନେଶ୍ବର, ଆଜି ବସିଥିବା କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୯୮୯ ଶିକ୍ଷା ଆଇନ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଏକକ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ୨୦୦୫ ଆଇନ ପ୍ରଣୟନ କରାଯାଇଥିଲା ଓ ପରେ ପୁଣି ୧୯୮୯ ଆଇନ ଅନୁଯାୟୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଭାବେ ଗଠନ କରାଯାଇଥିଲା। ତେଣୁ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏଣିକି ରେଭେନ୍ସା ସମେତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ୧୯୮୯ ଆଇନ ଅନୁଯାୟୀ ପରିଚାଳିତ ହେବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ ଦେଇଛନ୍ତି । ସେଭଳି ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଉ ସିନେଟ ବ୍ୟବସ୍ଥା ରହିବ ନାହିଁ, କେବଳ ସିଣ୍ଡିକେଟ ବ୍ୟବସ୍ଥା ରହିବ କିନ୍ତୁ ଏହାକୁ ପ୍ରଭାବଶାଳୀ କରିବା ପାଇଁ କୁଳପତି ଚୟନ କ୍ଷେତ୍ରରେ ଗଠିତ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ଜଣେ ଶିକ୍ଷାବିତ ରହିବେ। ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଏହାକୁ ଏବେ ୪ ବର୍ଷକୁ ବୃଦ୍ଧି କରାଯାଇଛି। କୁଳପତି ପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମା ୬୭ ବର୍ଷକୁ ବୃଦ୍ଧି। ଗୋଟିଏ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ଜଣେ ବ୍ୟକ୍ତି ଦ୍ଵିତୀୟ ଥର ରହିପାରିବେ ନାହିଁ। ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ଶିକ୍ଷକ କିମ୍ବା ଅଣଶିକ୍ଷକ କର୍ମଚାରୀ ଚୟନ କରିପାରିବେ ନାହିଁ, ଓଡିଶା ପବ୍ଲିକ ସର୍ଭିସ କମିଶନ ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ଚୟନ କରିବେ ଓ ଷ୍ଟେଟ ସିଲେକସନ ବୋର୍ଡ ଅଣଶିକ୍ଷକ କର୍ମଚାରୀ ଚୟନ କରିବେ। ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ ରିପୋର୍ଟ ଏଣିକି ବିଧାନସଭାରେ ଉପସ୍ଥାପିତ ହେବା ନାହିଁ, ଏହା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡିକ ସେହି ଅଡିଟ ରିପୋର୍ଟଗୁଡିକୁ ସେମାନଙ୍କ ୱେବସାଇଟରେ ତିନି ବର୍ଷ ପାଇଁ ପ୍ରଦର୍ଶିତ କରିବେ।

LEAVE A REPLY

Please enter your comment!
Please enter your name here