Spread the love

ବେଜିଂ: ଗୁରୁବାର ଚୀନରେ ଜଣେ କାନାଡ଼ା ନାଗରିକଙ୍କୁ ଡ୍ରଗ୍ସ କାରବାର ଅଭିଯୋଗରେ ମୃତ୍ୟୁ ଦଣ୍ଡ ଦିଆଯାଇଛି । ଗ୍ୱାଙ୍ଗଝୋ ପ୍ରଦେଶର ଏକ ଇଣ୍ଟର ମିଡିଏଟ ଅଦାଲତ ଗୁରୁବାର ଜାରି କରିଥିବା ବିବୃତ୍ତିରେ କହିଛନ୍ତି ଯେ ଡ୍ରଗ୍ସ ପ୍ରସ୍ତୁତ କରୁଥିବା ଅଭିଯୋଗରେ ସୁ ୱେଇହୋଙ୍ଗଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି ଆଦେଶ ପରେ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ଅଧିକ ତିକ୍ତ ହେବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ଗତବର୍ଷ ଅନ୍ୟ ଦୁଇ ଜଣ କାନାଡ଼ା ନାଗରିକଙ୍କୁ ଚୀନ ଅଦାଲତ ମୃତ୍ୟୁ ଦଣ୍ଡ ଦେଇଛନ୍ତି । କାନାଡ଼ା ସରକାର ହ୍ୟୁୱେଇର ଜଣେ ତୁଙ୍ଗ ଅଧିକାରୀଙ୍କୁ ଗିରଫ କରିବା ପରେ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ତିକ୍ତ ହୋଇଛି । ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଚୀନ କାନାଡ଼ାର ଦୁଇ ଜଣ ନାଗରିକଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here