Spread the love

ହାଇଦ୍ରାବାଦ : ଗୁଡ଼ସ୍‌ ଆଣ୍ଡ ସର୍ଭିସେସ୍‌ ଆଇନରେ ଛାଡ କରିବାକୁ ୫କୋଟି ଟଙ୍କା ଲାଞ୍ଚ ମାଗିଥିବା ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଛି । ହାଇଦ୍ରାବାଦର ଇନ୍‌ଫନାଇଟ ମେଟାଲ ପ୍ରଡ଼କ୍ଟସ୍‌ ଇଣ୍ଡିଆ ଲିଃ.ର ଅଧିକାରୀମାନଙ୍କ ଠାରୁ ହାଇଦ୍ରାବାଦର ଜିଏସ୍‌ଟି ସୁପରିଟେଣ୍ଡେଣ୍ଟଶ୍ରୀନିବାସ ଗାନ୍ଧୀ ଓ ପୂର୍ବତନ ଡେ଼ପୁଟି କମିଶନର ସୁଧାରାଣୀ ଚିଲାକା ୨୦୧୯ ଅପ୍ରେଲ ମାସ ୧୫ତାରିଖରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ପରେ ସଂପୃକ୍ତ ଅଫିସରମାନେ ଆଉ ୫କୋଟି ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସିବିଆଇରେ ଅଭିଯୋଗ ହେବାପରେ ଘଟଣାର ପ୍ରାଥମିକ ତଦନ୍ତ କରି ସିବିଆଇ ପକ୍ଷରୁ ପ୍ରମାଣ ସଂଗ୍ରହ କରାଯାଇଥିଲା । ସଂପୃକ୍ତ ଅଫିସରମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଳାଳୟକୁ ସିବିଆଇ ପକ୍ଷରୁ ଅନୁମତି ମଗାଯାଇଥିଲା । ଅର୍ଥ ମନ୍ତ୍ରଳାଳୟ ଅନୁମତି ପ୍ରଦାନ କରିବା ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ ଶ୍ରୀ ଗାନ୍ଧୀଙ୍କ ନାମରେ ପୂର୍ବରୁ ସିବିଆଇରେ ମାମଲା ରହିଛି । ତାଙ୍କ ନିକଟରୁ ଆୟ ବହୁର୍ଭୁତ ୩କୋଟି ଟଙ୍କାର ସଂପତ୍ତି ପୂର୍ବରୁ ସିବିଆଇ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here