Spread the love

ମୁମ୍ବାଇ : ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ କୁ ନାକେ ଦମ ହେବାକୁ ପଡ଼ିଲାଣି । ସୁଶାନ୍ତଙ୍କ ପ୍ରେମିକା ତଥା ଲିଭ୍‌ ଇନ୍‌ ରିଲେସନ୍‌ରେ ରହି ଘରଛାଡ଼ିଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ଲଗାତାର ୩ଦିନ ଧରି ସିବିଆଇ ଜେରା କରିଛି । ରବିବାର ୯ ଘଣ୍ଟା ଧରି ଜେରା କରିବା ପରେ ରାତି ୯ଟା ପରେ ରିଆ ଓ ତାଙ୍କ ଭାଇକୁ ଛଡ଼ା ଯାଇଛି । ତେବେ ସିବିଆଇର ପଚରା ଉଚରା ଏଯାଏଁ ସରିନଥିବା ଜଣାପଡ଼ିଛି । ପୁନର୍ବାର ସୋମବାର ରିଆଙ୍କୁ ପଚରା ଉଚରା କରାଯିବାକୁ ଡକାଯାଇଛି । ଅନ୍ୟ ପକ୍ଷରେ ଏହି ଘଟଣାରେ ଏଯାବତ ୧୪ଜଣଙ୍କୁ ପଚରା ଉଚରା କରାଯାଇଥିବା ବେଳେ ରିଆଙ୍କ ୱଟସଅପ୍‌ ଚାଟରୁ କେବଳ ଡ୍ରଗସ କାରବାର ସଂପର୍କରେ ସିବିଆଇକୁ ତଥ୍ୟ ମିଳିଛି । ସେହିଭଳି ରିଆଙ୍କର ଜଣେ ହୋଟେଲମାଲିକଙ୍କ ସହ ୨୦୧୭ ମସିହାରେ ସାକ୍ଷାତ ହେବାକଥା ଏବେ ଆଲୋଚନାକୁ ଆସିଛି । ବିଭିନ୍ନ ଗଣମାଧ୍ୟମରେ ରିଆ ଓ ସୁଶାନ୍ତଙ୍କ ବିଷୟରେ ଆଲୋଚନା ଯୋର ଧରୁଥିବା ବେଳେ ବହୁ ଜାତୀୟ ଗଣ ମାଧ୍ୟମ ଭିନ୍ନ ଭିନ୍ନ ଖବର ପ୍ରଚାର କରିବା ପରେ ଲୋକେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସତ୍ୟ ଖବର କଣ ତାହା ଲୋକେ ଗୋଟିଏ କୌଣସି ଚ୍ୟାନେଲ ଦେଖିଲେ ଜାଣି ପାରିବେ ନାହିଁ ବୋଲି ଏବେ ସ୍ପଷ୍ଟ ହେଉଛି । ସିବିଆଇ ତଦନ୍ତ କେଉଁ ଦିଗରେ ଗତି କରୁଛି ସେନେଇ ସିବିଆଇ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଯାହା ଜଣାପଡୁଛି ଗଣମାଧ୍ୟମଗୁଡ଼ିକ ନିଜେ ନିଜ ଆଡୁ ଯେଉଁ ଖବର ପ୍ରଚାର କରୁଛନ୍ତି ସେଗୁଡ଼ିକ ବୋଧେ ସିବିଆଇ ତଦନ୍ତ କରୁଛି ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି । ଅନ୍ୟପକ୍ଷରେ ରବିବାରରେ ରିଆ, ତାଙ୍କ ଭାଇ ଓ ସୁଶାନ୍ତଙ୍କ ସାଙ୍ଗକୁ ପୃଥକ ପୃଥକ ଭାବେ ଜୁନ ୮ ତାରିଖରୁ ଜୁନ ୧୪ ତାରିଖ ମଧ୍ୟରେ ଘଟିଥିବା ଘଟଣା ସଂପର୍କରେ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି । ସେହିଭଳି ନାରଟୋକସ୍‌ ବିଭାଗ ମଧ୍ୟ ଇତି ମଧ୍ୟରେ ଡ୍ରଗସ କାରବାର ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here