Spread the love

ନୂଆଦିଲ୍ଲୀ
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି । ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏହା ସହିତ ଏସଏମଏସ, ଆଇଭିଆର,ଡିଜିଲକର ଏବଂ ଉମଙ୍ଗ ଆପ ମାଧ୍ୟମରେ ଫଳ ଦେଖିପାରବେ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିରେ ୯୧.୪୬ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗତ ବର୍ଷ ଅପେକ୍ଷା ଏହା ୦.୩୬ ପ୍ରତିଶତ ବୃଦ୍ଧି ପାଇଛି । ଭୁବନେଶ୍ୱର ରିଜନରୁ ୯୩.୨୦ ଛାତ୍ର ପାସ କରିଛନ୍ତି । ସେହିପରି ତ୍ରିଭେନ୍ଦ୍ରମ ରିଜନରୁ ପାସ ହାର ସର୍ବଧ୍ଖଳ ୯୯.୨୮ ପ୍ରତିଶତ ରହିଛି ଏବଂ ଗୌହାଟୀ ରିଜନର ସର୍ବନିମ୍ନ ୭୯.୧୨ ପ୍ରତିଶତ ଛାତ୍ର ପାସ କରିଛନ୍ତି । ପାସ ହାରରେ ଛାତ୍ରୀ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି । ଏଥିରେ ୯୩.୩୧ ପ୍ରତିଶତ ଛାତ୍ରୀ ଏବଂ ୯୦.୧୪ ପ୍ରତିଶତ ଛାତ୍ର ପାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here