Spread the love

ନୂଆଦିଲ୍ଲୀ
ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ, ପଦ୍ମ ବିଭୂଷଣ ପ୍ରଣବ ମୁଖାର୍ଜୀଙ୍କୁ କାଲି ମୃତ୍ୟୁ ହୋଇଯାଇଛି । ଏହା ସହିତ ଏକ ଯୁଗାବସାନ ଘଟିିଛି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରୀତିନୀତିରେ ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ । ଏବେ ପ୍ରଣବ ଦାଙ୍କ ପାର୍ଥୀବ ଶରୀରକୁ ଦିଲ୍ଲୀ ସ୍ଥିତ ୧୦ ରାଜାଜୀ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଛି । ସେଠାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ, ଏୟାର ଫୋର୍ସ ଚିଫ ମାର୍ଶାଲ ଆରକେଏସ ଭଦୁରିଆ ଏବଂ ନେଭି ଚିଫ ଆଡମିରାଲ କରମବୀର ସିଂହ ତାଙ୍କୁ ପ୍ରଣବ ଦାଙ୍କଂ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ କାଲି ରାତିରେ ୮୪ ବର୍ଷ ବୟସରଙ୍କ ପ୍ରଣବ ମୁଖାର୍ଜୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଅନେକ ଦିନ ହେଲା ଦିଲ୍ଲୀର ଆର୍ମି ରିିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ଟିଟାଲରେ ଚିକିତ୍ସାଧିନ ଥିଲେ ।

LEAVE A REPLY

Please enter your comment!
Please enter your name here