Spread the love

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅନ୍‌ଲକ୍ ୪.୦ ନିୟମ ଅନୁଯାୟୀ ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ରେଳ ସେବା ପୁନଃଚଳାଚଳ ଆରମ୍ଭ କରିବାକୁ ଯାଉଛି । ଏନେଇ ଆଜି କେନ୍ଦ୍ରସରକାର ଏସ୍‌ଓପି ଜାରି କରିଛନ୍ତି । ଆସନ୍ତା ୧୨ ତାରିଖ ମଧ୍ୟରେ ମେଟ୍ରୋ ରେଲ୍‌ର ସମସ୍ତ କରିଡର୍ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ତେବେ ଏସ୍‌ଓପି ଅନୁସାରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଅଧୀନରେ ଆସୁଥିବା ସମସ୍ତ ଷ୍ଟେସନ୍ ବନ୍ଦ ରହିବ। ଥର୍ମାଲ ସ୍କାନିଂ ପରେ ଯାତ୍ରୀମାନେ ଟ୍ରେନରେ ଯାତାୟତ କରି ପାରିବେ । ମେଟ୍ରୋ ଷ୍ଟେସନରେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ଅଟେ । ଯାତ୍ରା ସମୟରେ ସର୍ବନିମ୍ନ ଲଗେଜ୍ ନେଇ ଯାତ୍ରା ପାଇଁ ଅନୁମତି ମିଳିବ । ଏହା ସହ ଟ୍ରେନରେ କୌଣସି ମାଲ ପରିବହନ ହୋଇ ପାରିବ ନାହିଁ । ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ଲାଗି ଫେସ୍‌ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରାଯାଇଛି।ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକୁ ଉତ୍ସାହ ଦିଆଯିବ।ଯାତ୍ରୀମାନଙ୍କ ଲାଗି ସାନିଟାଇଜର୍‌ ବ୍ୟବସ୍ଥା କରାଯିବ। ଯାତ୍ରୀମାନେ କାର୍ଡ, ଓ କ୍ୟାସଲେସ ଭଡା ପୈଠ କରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here