Spread the love

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ୟୁଏଇରେ ଆଇପିଏଲ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ତାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏ ନେଇ ସୋମବାର ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ସେପ୍ଟେମ୍ୱର ୧୯ରୁ ନଭେମ୍ୱର ୧୦ ତାରିଖ ମଧ୍ୟରେ ୟୁଏଇରେ ଆଇପିଏଲ ଖେଳାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଭାରତର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ବାହାରେ ଖେଳାଯିବା ବେଳେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଓ କ୍ରୀଡା ମନ୍ତ୍ରଣାଳୟର ମଞ୍ଜୁରି ନେବା ଆବଶ୍ୟକ । ତେଣୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଏହି ବିଷୟରେ ୟୁଏଇର କ୍ରିକେଟ ବୋର୍ଡକୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ଆଇପିଏଲ ଆୟୋଜକ ସମସ୍ତ ଦଳକୁ ସୂଚନା ପ୍ରଦାନ କରିବେ । ସମସ୍ତ ଦଳ ଅଗଷ୍ଟ ୨୦ ତାରିଖ ପରେ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here