Spread the love

ମୁମ୍ବାଇ
ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଜନ ଆକ୍ରୋଶ ଦିନକୁ ଦିନ ବଢିବାରେ ଲାଗିଛି । ସେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ହେଉ ଅବା ଅଭିନେତ୍ରୀ କଙ୍ଗନା ରାଣାବତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ଜଣେ ଅବସରପ୍ରାପ୍ତ ନେଭି ଅଫିସର ମଦନ ଶର୍ମାଙ୍କୁ ଶିବସେନା କର୍ମୀଙ୍କ ମାଡ ଘଟଣା ହେଉ ସବୁଥିରେ ଜନତା ରାଜ୍ୟ ସରକାରଙ୍କୁ ନିନ୍ଦା କରୁଛନ୍ତି । ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏହି ଜନ ଆକ୍ରୋଶର ଫାଇଦା ନେବାକୁ ଚେଷ୍ଟା କରୁଛି । କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାବାଲେ କଙ୍ଗନାଙ୍କୁ ଭେଟିବା ପରେ ଏବେ ମଦନ ଶର୍ମାଙ୍କୁ ଭେଟିବାକୁ ତାଙ୍କ ବାସଭନକୁ ଯାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ କିଛି ଶିବସେନା କର୍ମୀ ତାଙ୍କୁ ମାଡ ମାରିଥିଲେ ଏବଂ ଧମକ ଦେଇଥିଲେ । ଏହା ପରେ ସେ ପୋଲିସ ଥାନାରେ ଅଭିଯୋଗ କରିବା ସହ ସୁରକ୍ଷା ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here