Spread the love

ନୂଆଦିଲ୍ଲୀ
କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କଲା ରାତିରେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ଯେଉଁ ଲୋକମାନେ ମୋତେ ମଙ୍ଗଳବାର ଭେଟିଥିଲେ ସେମାନେ ସାବଧାନତା ଅବଲମ୍ବନ କରିବା ଉଚିତ । ସୂଚନାଯୋଗ୍ୟ ଯେ ଶ୍ରୀ ସିଂହ ପୂର୍ବରୁ ସ୍ୱାରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସଡକ ପରିବହନ ମନ୍ତ୍ରୀ ନୀତିନ କଡକରୀ, ଗଜେନ୍ଦ୍ର ସିଂହ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here