Spread the love

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନ ବର୍ତ୍ତମାନ ଜଳମଗ୍ନ ହୋଇ ରହିଛି । ଏହାରି ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଆଶ୍ବସ୍ତିକର ଖବର ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ଛତିଶଗଡ଼ରୁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ବର୍ଷା ଜଳ କମ ଆସୁଥିବା ଜଣାପଡ଼ିଛି। ଗତକାଲି କାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିଲା । କିନ୍ତୁ ଆଜି ଏହା ୭ ଲକ୍ଷକୁ ଖସି ଆସିଛି। ସେହିପରି ଗତକାଲି ଖଇରମାଳରେ ପ୍ରବାହ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପ୍ରବେଶ କରିଛି। ଆସନ୍ତାକାଲି ଠାରୁ ମୁଣ୍ଡଳିରେ ଜଳ ପ୍ରବାହ ଧିରେ ଧିରେ କମିବାକୁ ଲାଗିବ ବୋଲି ପ୍ରଦୀପ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here