Spread the love

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ଜଣାଶୁଣା ଓପନର୍‌ ଏବଂ ଉତ୍ତର ପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ ଚେତନ ଚୌହ୍ୱାନଙ୍କର ପ୍ରାୟ ୩୬ ଘଣ୍ଟା ଭେଣ୍ଟିଲେଟରରେ ରହିବା ପରେ କୋଭିଡ୍‌-୧୯ ସମ୍ବନ୍ଧୀୟ ଅସୁସ୍ଥତା ଜଟିଳତା କାରଣରୁ ରବିବାର ଦେହାନ୍ତ ହୋଇଛି । ଭାରତ ପାଇଁ ୪୦ ଟି ଟେଷ୍ଟ ଖେଳିଥିବା ଚେତନ ଚୌହ୍ୱାନ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ବର୍ତ୍ତମାନ ଉତ୍ତର ପ୍ରଦେଶ କ୍ୟାବିନେଟରେ ସୈନିକ କଲ୍ୟାଣ, ହୋମ ଗାର୍ଡ ଏବଂ ନାଗରିକ ସୁରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କରଙ୍କ ଦୀର୍ଘତମ ଓପନିଂ ପାର୍ଟନର ଥିବା ଚେତନ ଚୌହ୍ୱାନଙ୍କୁ କୋଭିଡ୍‌-୧୯ ପାଇଁ ସକରାତ୍ମକ ପରୀକ୍ଷା କରାଯିବା ପରେ ଜୁଲାଇ ୧୨ ରେ ଲକ୍ଷେ୍ନା ର ସଞ୍ଜୟ ଗାନ୍ଧୀ ପିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଡନୀ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେ ୧୯୯୧ ଏବଂ ୧୯୯୮ ରେ ଉତ୍ତର ପ୍ରଦେଶର ଆମ୍‌ରୋହରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୮୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । କୋଭିଡ-୧୯ ରେ ମୃତ୍ୟୁବରଣ କରିଥିବା ଚେତନ ଚୌହ୍ୱାନ ହେଉଛନ୍ତି ଦ୍ୱିତୀୟ ୟୁପି ମନ୍ତ୍ରୀ । ଶ୍ରୀ ଚୌହ୍ୱାନଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ତରରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here