Spread the love

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଶନିବାର ଦିନ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି , ମୁଁ ଜାଣିବାକୁ ପାଇଲି ଯେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି କୋଭିଡ-୧୯ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହା ଶୁଣି ମୁଁ ବହୁତ୍ ଚିନ୍ତିତ ।ତାଙ୍କ ପାଇଁ ମୁଁ ଆଶୁ ଆରୋଗ୍ୟ କାମନା କରୁଛି । ସୂଚନା ଅନୁଯାୟୀ ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ସ୍ଵାଧୀନତା ଦିବସ ଅବସରରେ କୋର୍ଟ ର ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ସେଠାରେ ସାମିଲ୍ ଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ଟେଷ୍ଟ କରାଯିବ ।

LEAVE A REPLY

Please enter your comment!
Please enter your name here