Spread the love

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ସୋମବାର ରାତିରେ ଭାରତ-ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଜବାନ ସହିଦ ହେବା ପରେ ଭାରତୀୟ ରେଳବାଇ ଚୀନର ଏକ ଇଞ୍ଜିନିୟରିଂ ସଂସ୍ଥାକୁ ସିଗନାଲ କାର୍ଯ୍ୟରୁ ବିଦା କରିଛି । ପୂର୍ବରୁ ମଙ୍ଗଳବାର ୪-ଜି ନେଟୱର୍କରେ ଚୀନ ଉପକରଣ ବ୍ୟବହାର ନକରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ ଓ ଏମଟିଏନଏଲକୁ ଆଦେଶ ଦିଆଯାଇଛି । ୪୪୭ କିଲୋମିଟର କାନପୁର- ଦୀନ ଦୟାଲ ଉପାଧ୍ୟାୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ୪୦୦ କିଲୋମିଟରେ ଲାଇନରେରେ ସିଗନାଲ ସ୍ଥାପନ କରିବା ଠିକା ଚୀନର ଚୀନ ରେଲୱେ ସିଗନାଲ ଆଣ୍ଡ କମୁ୍ୟନିକେସନ (ସିଆରଏସସି)କୁ ୨୦୧୬ ଜୁନରେ ପ୍ରଦାନ କରାଯାଇଥିଲା । ୪୭୧ କୋଟି ଟଙ୍କା ମୁଲ୍ୟର ଏହି କାର୍ଯ୍ୟକୁ ବିଶ୍ୱ ବ୍ୟାଙ୍କ ଅର୍ଥ ଯୋଗାଉଛି । ଏବେ ଭାରତୀୟ କମ୍ପାନୀକୁ ଏହି ଠିକା ଦିଆଯିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here