Spread the love

ୱାଶିଂଟନ: ଚୀନ ନିଜର ଆଣବିକ ଅସ୍ତ୍ରକୁ ଦ୍ବିଗୁଣିତ କରିବାରେ ଲାଗିଛି | ପେଣ୍ଟାଗନରେ ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ସେ ଆମେରିକା ପର୍ଯ୍ୟନ୍ତ ଟାର୍ଗେଟ କରାଯାଇ ପାରୁଥିବା ଆଣବିକ ଅସ୍ତ୍ର ତିଆରି କରୁଛି | ଭାରତ, ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶ ସହ ଉତ୍ତେଜନା ଲାଗି ରହିଥିବାବେଳେ ଚୀନ ନିଜ ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଦ୍ବିଗୁଣିତ କରିବା ପ୍ରକଳ୍ପରେ ଲଗିପଡିଛି | ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ପେଣ୍ଟାଗନକୁ କୁହାଯାଇଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଚୀନ ନିଜର ଆଣବିକ ଅସ୍ତ୍ର ଭଣ୍ଡାର ଦୁଇଗୁଣ କରିବାକୁ ପ୍ରସ୍ତୁତ ହେଉଛି | ରିପୋର୍ଟ ଅନୁଯାୟୀ, ଚୀନ ଏହି ସମୟରେ ଆଣବିକ ୱାରହେଡ଼ ବହନ କରିପାରୁଥିବା ବାଲିଷ୍ଟିକ ମିସାଇଲ ମଧ୍ୟ ସାମିଲ କରିବ | ଏହି ମିସାଇଲ ଆମେରିକା ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ । ଚୀନ୍ ସେନା କ୍ଷମତା ନାମକ ଏହି ରିପୋର୍ଟରେ ପେଣ୍ଟାଗନ ଏସିଆର ଅନ୍ୟ ଦେଶମାନଙ୍କୁ ମଧ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛି | ରିପୋର୍ଟ ଅନୁଯାୟୀ ଚୀନର ଆଣବିକ ଶକ୍ତିର ଆଧୁନିକୀକରଣ ଏବଂ ବିସ୍ତାର କରି ବିଶ୍ବରେ କର୍ତ୍ତୁତ୍ଵ ଜାହିର୍ କରିବାକୁ ଚାହୁଁଛି | ସେ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ପ୍ରମୁଖ ଶକ୍ତି ହେବା ସହ ୨୦୪୯ ମସିହା ସୁଦ୍ଧା ଆମେରିକା ସହ ସମାନ କିମ୍ବା ଅଧିକ ଆଣବିକ ଶକ୍ତି ବଢାଇବା ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି | ଚୀନର ନ୍ୟୁକ୍ଲିୟର ଫୋର୍ସ ଆଗାମୀ ଦଶନ୍ଧିରେ ଆଶାତୀତ ଭାବେ ବୃଦ୍ଧି ପାଇବ | ଆଗାମୀ ଦଶକରେ ଚୀନର ଆଣବିକ ଯୁଦ୍ଧ ଭଣ୍ଡାର ଦ୍ବିଗୁଣିତ ହୋଇଯିବ । କାରଣ ଚୀନ ନିଜର ନ୍ୟୁକ୍ଲିୟର ଫୋର୍ସର ଆଧୁନିକୀକରଣ ଓ ବିସ୍ତାର କରିବାରେ ଲାଗିଛି । ଚୀନ ପାଖରେ ସକ୍ରିୟ ଓ ରିଜର୍ଭ ଭଣ୍ଡାର ମିଶାଇ ୩୮୦୦ ୱାରହେଡ଼ ଭଣ୍ଡାର ଥିବ | ଆମେରିକା ଭଳି ଚୀନ ପାଖରେ କୌଣସି ନ୍ୟୁକ୍ଲିୟର ଏୟାରଫୋର୍ସ ନଥିବା କିନ୍ତୁ ସେ ନ୍ୟୁକ୍ଲିୟର ବାଲିଷ୍ଟିକ ମିସାଇଲ ବିକଶିତ କରି ଏହି ଅଭାବ ପୂରଣ କରିବାକୁ ପ୍ରୟାସ କରୁଛି |

LEAVE A REPLY

Please enter your comment!
Please enter your name here