Spread the love

ନୂଆଦିଲ୍ଲୀ: ଆଜି ଅରୁଣାଚଳରୁ ଉଠାଇ ନେଇଥିବା ୫ ଜଣ ଯୁବକଙ୍କୁ ଚୀନ ଫେରାଇ ଦେଇଛି।ଶନିବାର ଅରୁଣାଚଳ ପ୍ରଦେଶର ଅଞ୍ଜୱା ଜିଲ୍ଲାର କିବିଥୁ ଅଞ୍ଚଳ ନିକଟ ୱାଚା ଠାରେ ଏହି ୫ ଜଣଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜିଜୁ ସୂଚନା ଦେଇଥିଲେ।ଅରୁଣାଚଳରୁ ନିଖୋଜ ୫ ଯୁବକ ଚୀନରେ ଥିବା ପିଏଲଏ ସ୍ୱୀକାର କରିଥିଲା।ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥିରିକୃତ ସ୍ଥାନରେ ଏମାନଙ୍କୁ ହସ୍ତାନ୍ତର କରାଯାଛି । ସୂଚନା ଅନୁଯାୟୀ, ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଚୀନ ସେନା ଯବାନ ଅପହରଣ କରିନେଇଥିଲେ। ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଉଦ୍ୟମ ଜାରି ରହିଥିଲା ।

LEAVE A REPLY

Please enter your comment!
Please enter your name here