Spread the love

ନୂଆଦିଲ୍ଲୀ: ଲଦାଖରେ ଚୁସୁଲ ପାଙ୍ଗାଙ୍ଗ ହ୍ରଦ ନିକଟରେ ଭାରତ-ଚୀନ୍‌ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସେମାବାର ପୁଣି ଥରେ ଚୀନ୍‌ ସୈନିକ ଭାରତକୁ ଉସ୍କାଇବା ଲାଗି ଉକ୍ତ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ତେବେ ଭାରତୀୟ ଯବାନମାନେ ପୁଣି ଥରେ ଚୀନ୍‌ ଉଦ୍ୟମକୁ ବିଫଳ କରିଦେଇଛନ୍ତି । ଏଥିଯୋଗୁଁ ଡ୍ରାଗନ ପଛକୁ ହଟିବା ପାଇଁ ବାଧ୍ୟ ହୋଇଛି । ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଚେସୁଲ ଓ ମାଲ୍‌ଡୋରେ ପ ବ୍ରିଗେଡ୍‌ କମାଣ୍ଡର ସ୍ତରୀୟ ବୈଠକ ଜାରି ରହିଥିବା ବେଳେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲା । ଭାରତୀୟ ସେନା ଏଠାରେ ନିଜ ନିଜର ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମୃତୟନ କରିଥିଲେ । ତେବେ ବୈଠକରେ କୌଣସି ଫଳାଫଳ ବାହାରି ପାରି ନଥିଲା । ଅପରପକ୍ଷେ ଦ୍ୱାରା ପେଙ୍ଗାଙ୍ଗ୍‌ ସୋର ଦକ୍ଷିଣ ତଟିଆ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ପୂର୍ବ ଲଦାଖର ସ୍ଥିତି ସମୀକ୍ଷା କରିଛନ୍ତି । ଦୀର୍ଘ ୨ଘଣ୍ଟା ଧରି ଚାଲିଥିବା ବୈଠକରେ ଏଲ୍‌ଏସି ସହିତ ସମସ୍ତ ସମ୍ବେଦନଶୀଳ କ୍ଷେତ୍ରରେ ଭାରତ ନିଜର ଆକ୍ରାମଣତ୍ମକ ରଣନୀତି ଜାରି ରଖିବା ବୋଲି ଏଥିରେ ନିଷ୍ପତି ନିଆ ଯାଇଥିଲା । ଏହା ଦ୍ୱାର ଚୀନ୍‌ କୌଣସି ବି ଦୁଃଶାସହାସିକ ପଦକ୍ଷେପକୁ ମୁକାବିଲା କରାଯାଇପାରିବ । ସୀମା ସ୍ଥିତିକୁ ଦେଖି ଭାରତୀୟ ସେନା ଅତିରିକ୍ତ ସୈନ୍ୟ ସହିତ ଟ୍ୟାଙ୍କ ମଧ୍ୟ ମୁତୟନ କରିଛି । ଉକ୍ତ ଅଞ୍ଚଳରେ ଭାରତୀୟ ସେନା ନିଜ ସ୍ଥିତିକୁ ସୁଦୃଢ କରିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here