Spread the love

ବେଜିିଂ : ଚୀନ କୌଣସି ଦେଶର ଇଞ୍ଚେଜମି ଚୀନ କେବେ କାହାର ଜବଦ ଦଖଲ କରିନାହିଁ । ଚୀନ ନିଜ ସୀମାରେ ରହି ସର୍ବଦା କାର୍ଯ୍ୟ କରିଥାଏ । ତେବେ ଭାରତ ସହ ନିଶ୍ଚିତ ପକ୍ଷେ ଭାବ ବିନିମୟରେ କୌଣସି ପ୍ରକାର ଭୁଲ ବୁଝାମଣା ହୋଇଛି ବୋଲି ଚୀନର ବୈଦେଶୀକ ପ୍ରବକ୍ତା ହୁଆ ଛୁଇଙ୍ଗ କହିଛନ୍ତି । ଚାଇନାର ସନ୍ୟ କେବେ ବି ନିଜ ଦେଶର ସୀମା ଲଙ୍ଗନ କରି ଅନ୍ୟ ଦେଶରେ ପ୍ରବେଶ କରିନଥିବା ବେଳେ ଆମେ ସର୍ବଦା ଶାନ୍ତି ଚାହୁଁ ବୋଲି ସେ ସଫେଇ ଦେଇଛନ୍ତି । ଚୀନର ଏଭଳି ଦୋମୁଁହା ନୀତିକୁ ସମଗ୍ର ବିଶ୍ୱ ଜାଣିଥିବା ବେଳେ ଏହା ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସୀମାନରେ ଅସ୍ଥିରତା ଲାଗି ରହିଲେ ଭାରତର ଆଭ୍ୟନ୍ତରୀଣ ସମସ୍ୟା ଉପୁଜିବ ଓ ଏହା ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ । ଭାରତରେ ଅସ୍ଥିରତା ସୃଷ୍ଟି ହେଲେ ପୁନର୍ବାର ଚୀନ ସମଗ୍ର ବିଶ୍ୱରେ ବ୍ୟବସାୟର ପେଣ୍ଡସ୍ଥଳ ହୋଇ ପାରିବ ନିଶ୍ଚିତ ବୋଲି ବହୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କାଶ୍ମୀର ପ୍ରସଙ୍ଗରେ ସର୍ବଦା ପାକିସ୍ଥାନକୁ ସମର୍ଥନ ଦେଇଥିବା ଚୀନ ମଧ୍ୟ ସୀମାରେ ଏଭଳି କାଣ୍ଡ ଭିଆଇଲେ ଭାରତୀୟ ସନ୍ୟମାନେ ଲଦାଖ ଉପରେ ଅଧିକ ନଜର ରଖିବେ ଓ ସେପଟେ କାଶ୍ମୀରରେ ଅନୁପ୍ରବେଶ କରିବା ସହଜ ହେବ ଲକ୍ଷ ରଖି ଚୀନ ନାଟକ ଆରମ୍ଭ କରିଥିବା ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚୀନ ଯୁଦ୍ଧକୁ ଆଦୌ ସମର୍ଥନ କରେନାହିଁ ଓ ଏହାର ସନ୍ୟ କୌଣସି ପରିସ୍ଥିତିରେ ଦେଶ ସୀମା ଲଙ୍ଗନ କରିବାକୁ ଚେଷ୍ଟା କରନ୍ତି ନାହିଁ ବୋଲି ହୁଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here