Spread the love

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ବିଦ୍ୟାଶ୍ରୀଙ୍କ ନାଁରେ ଏତଲା ଦେଲେ ଚିନ୍ମୟୀ । ଆଜି ଖଇରା ଥାନାରେ ଆଦିତ୍ୟଙ୍କ ତଥାକଥିତ ବାନ୍ଧବୀ ଚିନ୍ମୟୀ ବିଦ୍ୟାଶ୍ରୀଙ୍କ ସମେତ ବିସ୍ମିତ ଦାସ ଓ ଅନ୍ୟ କିଛି ଲୋକଙ୍କ ନାଁରେ ଏତଲା ଦେଇଛନ୍ତି । ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଅଭିଯୋଗ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ତାଙ୍କୁ ଧମକାଇଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି ।ତେବେ ଏତଲା କ୍ରମେ ବିସ୍ମିତ ,ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାଁରେ ପୋଲିସ ଆଜି ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here