Spread the love

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୬ଟି ନୁଆ ଥାନା ଓ ୬ଟି ଥାନାକୁ ଦୁଇ ଭାଗ କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏଥିସହ ୨୨୦ଟି ଥାନା ପାଇଁ ୯୦୫ଟି ପଦକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ୬ଟି ନୁଆ ଥାନା କେଉଁଠି ପ୍ରତିଷ୍ଠା ହେବ ତାହା ପରେ ସ୍ଥିର କରାଯିବ । ରାଜଧାନୀର ଖଣ୍ଡଗିରି, ଅନୁଗୁଳ ଗ୍ରାମାଞ୍ଚଳ, ଝାରସୁଗୁଡ଼ା ଗ୍ରାମାଞ୍ଚଳ, ଭଦ୍ରକ, ତିହିଡ଼ି ଓ ଭଞ୍ଜନଗର ଥାନାର ସୀମା, ଲୋକସଂଖ୍ୟା ବୃଦ୍ଧି ପାଇଥିବାରୁ ଏହି ୬ଟି ଥାନାକୁ ଦୁଇଭାଗ କରାଯିବ ବୋଲି ସୁଚନା ମିଳିଛି । ନୁଆ ଥାନା ଓ ୯୦୫ ପଦକୁ ମଞ୍ଜୁରୀ ଦେଇଥିବାରୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here