Spread the love

ଭୁବନେଶ୍ୱର
ଆଜି କରୋନା କଟକଣା ମଧ୍ୟରେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ ଏଥିରେ କରୋନା ସ୍ଥିତି ଉପରେ ଆଲୋକପାତ କରିବା ସହ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ କହିଛନ୍ତି ଯେ କରୋନା ମୁକାବିଲା କ୍ଷେତ୍ରରେ ସାହସର ସହ କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇଛି । ଏହା ସହିତ କରୋନା ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା ହୋଇଛି । କୌଣସି ବ୍ୟକ୍ତି ଅର୍ଥାଭାବରୁ କରୋନା ଚିକିତ୍ସାରୁ ବଞ୍ଚିିତ ହେବେ ନାହିଁ । କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ ।ଦେଶ ତୁଳନାରେ ଆମର ମୃତ୍ୟୁସଂଖ୍ୟା କମ ରହିଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ନିବେଶ ଆକୃଷ୍ଟ କରିବାରେ ଓଡିଶା ଏକ ନଂ ରାଜ୍ୟ ହୋଇଛି । ଏହି ସମୟରେ ୧୨ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହି ସମୟରେ ଦେଶରେ ହୋଇଥିବା ନିବେଶର ପ୍ରାୟ ୧୮ ପ୍ରତିଶତ ଓଡିଶାରେ ହୋଇଛି ।

LEAVE A REPLY

Please enter your comment!
Please enter your name here