Spread the love

ନୂଆଦିଲ୍ଲୀ
ଗତ କିଛି ମାସ ହେଲା ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚୀନ ସେନା ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସେଠାରେ ଉଭୟ ସେନା ସୈନ୍ୟ ଶକ୍ତି ବୃଦ୍ଧି କରିବା ସହିତ ଅସ୍ତ୍ରଶସ୍ତ୍ର ଠୁଳ କରି ରଖିଛନ୍ତି । ସେହି ଠାରେ ଟ୍ୟାଙ୍କ ରୋଧି ମିସାଇଲ ଠାରୁ ଆରମ୍ଭ କରି ଟ୍ୟାଙ୍କ, ହେଭିଜୋର ତୋପ, କାନ୍ଧରୁ ଆକ୍ରମଣ କରାଯାଇ ପାରୁଥିବା ମିସାଇଲ ଆଦି ଠୁଳ କରି ରଖାଯାଇଛି । ଏହା ସହିତ ଅଗଷ୍ଟ ୨୯ ପର ଠାରୁ ଉଭୟ ସେନା ପକ୍ଷରୁ ମୁକ୍ତ ଫାୟାରି ମଧ୍ୟ ହୋଇଛି । ଏହି ଉତ୍ତେଜନାକୁ ହ୍ରାସ କରିବା ପାଇଁ କୂଟନୈତିକ ଏବଂ କମାଣ୍ଡର ସ୍ତରରେ ଆଲୋଚନା ଜାରି ରହିଛି । ଏପରି ସମୟରେ ଚୀନ ଏଲଏସିରେ ଫିଙ୍ଗର-୪ ଅଂଚଳରେ ଲାଉଡସ୍ପିକର ଲଗାଇ ପଂଜାବୀ ଗୀତ ବଜାଉଛି ।ସେ ଏହା ମାଧ୍ୟମରେ ହିନ୍ଦୀରେ ଭାରତୀୟ ସେନାର ଯବାନଙ୍କୁ ଚେତାବନୀ ଦେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆମ ସୈନିକମାନେ ଏହି ଗୀତର ମଜା ନେଉଛନ୍ତି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି । ଜଣେ ସେନା ଅଫିସର କହିଛନ୍ତି ଯେ ଚୀନ ଏହି ଗୀତ ବଜାଇ ଭାରତୀୟ ସୈନିକଙ୍କୁ ଭ୍ରମିତ କରିବାକୁ ଚାହୁୁଁଛି । କିନ୍ତୁ ଏଭଳି ମନୋବୈଜ୍ଞାନିକ ଅପରେସନ ଆମ ଯବାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
ସୂଚନାଯୋଗ୍ୟ ଯେ ଫିଙ୍ଗର-୪ ଅଂଚଳରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ସେପ୍ଟେମ୍ବର ୮ତାରିଖରେ ଉଭୟ ଦେଶର ସେନା ମଧ୍ୟରେ ଏଠାରେ ଗୁଳିବିନିମୟ ହୋଇଥିଲା । । ବିଗତ ୨୦ ଦିନ ମଧ୍ୟରେ ଅତିକମରେ ୨୦ ଥର ଗୁଳିକାଣ୍ଡ ଘଟଣା ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here