Spread the love

ଭୁବନେଶ୍ୱର: ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଂଚାଇବା ଲାଗି ଇସ୍ପାତ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର ଖଣି, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି ।କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଲ ବ୍ଲକ ମଧ୍ୟରୁ ଓଡ଼ିଶାରେ ୯ଟି ରହିଛି । ଏସବୁରେ ମୋଟ ୧୦ ହଜାର ୭୫୦ ନିୟୁତ ଟନ କୋଇଲା ମହଜୁଦ ରହିଛି । କେନ୍ଦ୍ରର ସଂଶୋଧିତ ନିର୍ଘଣ୍ଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ୨୯ରେ ବିଡ ଦାଖଲର ଶେଷ ତାରିଖ ରହିଥିବା ବେଳେ ୨୦୨୦ ଅକ୍ଟୋବର ୧୯ରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା ।ବର୍ତ୍ତମାନ କୋଭିଡ ମହାମାରୀ ଯୋଗୁ ଏହି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଂଚାଇବା ଲାଗି କେନ୍ଦ୍ରକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here