Spread the love

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ମୃତ୍ୟୁ ମାମଲା ପଛରେ ରହିଗଲାନି । ଏବେ ଡ୍ରଗ୍ସ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମାଫିଆ ରାଜକୁ ନେଇ ପ୍ରତିଦିନ ନୂଆ ନୂଆ କଥା ଘଟି ଚାଲିଛି । ଏପରିକି କଙ୍ଗନା ରାନାୱତଙ୍କ ସହ କିଛି ନ୍ୟୁଜ ଚ୍ୟାନେଲ ପ୍ରତିଦିନ ଖବର ନାଁରେ ଚଲାଇଥିବା ମନଗଢ଼ା କାହାଣୀକୁ ନେଇ ସଂସଦର ମଧ୍ୟ ବହୁମୂଲ୍ୟ ସମୟ ଅପଚୟ ହୋଇଛି । ଏଦେଶକୁ କାଳ ଗ୍ରାସ କଲାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସଂପ୍ରତି କରୋନା, ଆର୍ଥନୈତିକ ପରିସ୍ଥିତି ଉପରେ ସଂସଦରେ ଏପର୍ଯ୍ୟନ୍ତ ଆଲୋଚନା ହୋଇ ନଥିବା ବେଳେ ପ୍ରଥମ ଦିନ ସାଂସଦ ଜୟା ବଚ୍ଚନ ବିଷୋଦଗାର କରିଛନ୍ତି । ସେ ନିଜ ବକ୍ତବ୍ୟରେ କିଛି ବ୍ୟକ୍ତିଙ୍କ ପାଇଁ ସମଗ୍ର ଫିଲ୍ମ ଦୁନିଆକୁ ବଦନାମ କରିବା ବନ୍ଦ କରାଯାଉ ଓ ଯେଉଁ ଥାଳିରେ ଲୋକେ ଖାଉଛନ୍ତି ସେହି ଥାଳିରେ ବିଷ ପକାଇବା କେତେଦୂର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ଭାରତରେ ସର୍ବାଧିକ ବ୍ୟକ୍ତିଗତ ଆୟକର ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ଦେଇଥାନ୍ତି । ସେମାନଙ୍କୁ ସମ୍ମାନ ପରିବର୍ତ୍ତେ ଏବେ ଯେଭଳି ତିରସ୍କାର କରାଯାଉଛି ତାହା ତୁରନ୍ତ ବନ୍ଦ କରାଯାଉ ବୋଲି ସେ ସରକାରଙ୍କ ଠାରେ ଦାବି କରିଛନ୍ତି । ତେବେ ଜୟାଙ୍କ ଏହି ଯୁକ୍ତିକୁ ବିଜେପିର ଜଣେ ସାଂସଦ ସମର୍ଥନ କରିଛନ୍ତି । ମାତ୍ର କଙ୍ଗନା ଏନେଇ ଚୁପ୍‌ ରହିନାହାନ୍ତି । ଜୟାଙ୍କ ବୟାନ ପରେ ତୁରନ୍ତ କଙ୍ଗନା ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଜୟା ଜୀ ଆପଣଙ୍କ ଝିଅ ସହ ଯଦି ଏଭଳି କିଛି ଘଟଣା ଘଟିଥାନ୍ତା ତେବେ ଆପଣ କଣ ଚୁପ୍‌ ବସିଥାନ୍ତେ । ଏହାଛଡ଼ା ପୁତ୍ର ଅଭିଶେକଙ୍କ ସହ ଏଭଳି ଘଟିଥିଲେ ଆପଣ କରିଥାନ୍ତେ । କଙ୍ଗନାଙ୍କ ଏହି ଯୁକ୍ତି ପରେ ଜୟାଙ୍କର କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here