Spread the love

ମୁମ୍ବାଇ : କଙ୍ଗନା ରାନାୱତଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦାୟର କରାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କୁ ‘ତୁ’ ବୋଲି କହିବା ଓ ତିରସ୍କାର କରିବା ଅଭିଯୋଗରେ ଏହି ଏତଲା ଶିବସେନା ପକ୍ଷରୁ ଦାୟର ହୋଇଛି । ଘଟଣା ଏତିକିରେ ଅଟକି ଯାଇ ନାହିଁ । କଙ୍ଗନା ନିଜ ଅଫିସ କାର୍ଯ୍ୟାଳୟ ଯାଇ ସେଠାରେ ପ୍ରାୟ ୧୦ ମିନିଟ ଧରି ଭଙ୍ଗାଯାଇଥିବା ଅଂଶକୁ ଦେଖିଥିଲେ । ଏହାପରେ ପୁଣି ଟୁଇଟ ଯୁଦ୍ଧ ଆରମ୍ଭ କରିଦେଇଥିଲେ । ସେ ଉଦ୍ଧବ ଠାକରେଙ୍କ ବାପା ଅର୍ଥାତ ବାଲା ଶାହେବ ଥାକରେଙ୍କୁ ପ୍ରଶଂଶା କରି ଉଦ୍ଧବଙ୍କୁ ବାଲା ଶାହେବଙ୍କ ନାଁ ଖରାପ କରିଥିବା ଦର୍ଶାଇଥିଲେ । ଏହାଛଡ଼ା ବାବର ତାଙ୍କ ଅଫିସକୁ ଭାଙ୍ଗି ଦେଇଥିବା ନିଜ ଟୁଇଟରରେ ଉଲ୍ଲେଖ କରିଥିଲେ । ଶିବସେନା ଏବେ ସୋନିଆ ସେନା ହୋଇ ଯାଇଛି ବୋଲି କହିଥିଲେ । ଏହାଛଡ଼ା କଙ୍ଗନା ଲେଖିଛନ୍ତି ଯେ, ତାଙ୍କ ମୁହଁ ବନ୍ଦ କଲେ କଣ ହେବ । ହଜାର ହଜାର ଲୋକଙ୍କ ମୁହଁ ସେ ବନ୍ଦ କରିପାରିବେ ନାହିଁ । ଏହାଛଡ଼ା ଉଦ୍ଧବ ଏବେ କିଛି ମାଫିଆ ଫିଲ୍ମ ନିର୍ମାତାଙ୍କ ହାତର ଖେଳନା ପାଲଟିଥିବା ସେ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି । କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଗକୁ କି ରୂପ ନେବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here