Spread the love

ଶଙ୍ଖଚିଲା : ଯାଜପୁର ଜିଲ୍ଲାର ରସୁଲପୁର ଓ କୋରାଇ ବ୍ଲକରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । କୋରାଇ ବ୍ଳକ ଅନ୍ତର୍ଗତ ଶଙ୍ଖଚିଲ୍ଲା ପଞ୍ଚାୟତର ରାଧାନଗର ପାଟଣାରୁ ୨ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ନାଉଡ଼ପୁରରୁ ଜଣେ ଓ ଉଦୟପାଟଣାରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିଭଳି ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମ ପଞ୍ଚାୟତରେ ପ୍ରଥମ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଯେ, ଚିହ୍ନଟ ହୋଇଥିବା ରୋଗୀମାନଙ୍କର କୌଣସି ଟ୍ରାଭଲ ଇତିହାସ ରହିନଥିବା ବେଳେ ନିକଟରେ ସେଠାରୁ ମାତ୍ର ୩ କିଲୋମିଟର ଦୂର ରାଛିପୁରରୁ ଅନେକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଲକ୍ଷ୍ମୀନଗରରୁ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସ୍ଥାନୀୟ ସରକାରୀ ସଂଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଏହାଛଡ଼ା ସେଠାରେ ଆଉ ୩୦ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି । ଏହି ସମସ୍ତ ଅଞ୍ଚଳ ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ କରୋନା ମୁକ୍ତ ରହିଥିବା ବେଳେ ସେଠାକୁ କିପରି କରୋନା ବ୍ୟାପୀଲା ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଗୋଷ୍ଠୀ ସଂକ୍ରମଣ ଭିନ୍ନ ଏହା ଆଉ କିଛି ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏଠାରେ ସାନିଟାଇଜ କରାଯିବାକୁ କୌଣସି ପ୍ରକାର ଉଦ୍ୟମ ହୋଇ ନଥିବା ସ୍ଥାନୀୟ ଅଧିବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here