Spread the love

ନୂଆଦିଲ୍ଲୀ : ଚୀନ ପ୍ରସଙ୍ଗ ଉପରେ ଆଜି ସଂସଦରେ ଆଲୋଚନା ବେଳେ ସଂସଦରେ ବ୍ୟାପକ ହୋ ହାଲ୍ଲା ଦେଖିବାକୁ ମିଳିଥିଲା । ଲଦାଖରେ ଚୀନ ସହ ସୀମା ପ୍ରସଙ୍ଗରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନ କରିବା ପାଇଁ ଅଡ଼ି ବସିଥିଲେ । ତେବେ ସେମାନଙ୍କୁ କହିବା ପାଇଁ ବାଚସ୍ପତି ସୁଯୋଗ ଦେଇ ନଥିଲେ । ଏହାଛଡ଼ା ଚୀନ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଆଲୋଚନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଅନୁପସ୍ଥିତି ରହିବା ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ଜାଣିଶୁଣି ଏଭଳି ଗୁରୁ୍‌ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡାଇ ଯାଉଛନ୍ତି ବୋଲି କଂଗ୍ରେସ ଦଳର ସଂସଦୀୟ ନେତା ଅଧିର ରଂଜନ ଚୌଧୁରୀ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଚୀନକୁ ତାରି ଭାଷାରେ ଜବାବ ଦିଆଯିବ ବୋଲି ସଂସଦରେ କହିଛନ୍ତି । କୌଣସି ପରିସ୍ଥିତିରେ ସାଲିସ କରିବାର ନାହିଁ ବରଂ ଯାହା ଆବଶ୍ୟକ ତାହା କରାଯିବ ବୋଲି ଶ୍ରୀ ସିଂହ କହିଥିଲେ । ପରୋକ୍ଷରେ ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଶ୍ରୀ ସିଂହ ସୂଚାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here