Spread the love

ନୂଆଦିଲ୍ଲୀ : କଂଗ୍ରେସ ଦଳ ପକ୍ଷରୁ କାର୍ଯ୍ୟକାରୀ କମିଟିରେ ଅଚାନକ ପରିବର୍ତ୍ତନ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ମୋଟ ୨୬ଜଣ ସଭ୍ୟ ରହିଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରୀତ ସଭ୍ୟ ଭାବେ ୧୦ଜଣ ରହିଛନ୍ତି । ପ୍ରମୁଖ ନେତାମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ , ରାହୁଲ ଗାନ୍ଧୀଙ୍କ ସମେତ ସଲମାନ ଖୁରସିଦ,ଜୟରାମ ରମେଶ, ଅଧିର ରଂଜନ ଚୌଧୁରୀଙ୍କ ସମେତ ବହୁ ପ୍ରମୁଖ ନେତା ଏଥିରେ ରହିଛନ୍ତି । ତେବେ ଓଡ଼ିଶାରୁ କେବଳ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ମିଳିଛି । ଓଡ଼ିଶାର ପ୍ରତିନିଧିତ୍ୱ କମ ଥିବା ବେଳେ ୧୦ଜଣ କଂଗ୍ରେସ ନେତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରୀତ ସଭ୍ୟଭାବେ ତାଲିକାରେ ସ୍ଥାନ ମିଳିଛି । ସେହିଭଳି କଂଗ୍ରେସର ନିର୍ବାଚନ କମିଟି ମଧ୍ୟ ଗଠିତ ହୋଇଛି । ମଧୁସୁଦନ ମିସ୍ତ୍ରୀଙ୍କୁ ନିର୍ବଚନ କମିଟିର ଅଧ୍ୟକ୍ଷଭାବେ ଘୋଷଣା କରାଯାଇଥିବା ବେଳେ ମୋଟ ୬ଜଣ ଏଥିରେ ସଦସ୍ୟ ରହିଛନ୍ତି । ତେବେ ଏଆଇସିସିର ପୂର୍ବତନ ସାଧାରଣ ସଂପାଦକ ଗୁଲାମନବୀ ଆଜାଦଙ୍କୁ ଏଥର ଏଆଇସିସିରେ ସ୍ଥାନ ମିଳି ନଥିବା ବେଳେ କେତେକ ନେତାଙ୍କୁ ନୂଆକରି ସ୍ଥାନ ମିଳିବା ସହ ବିଭିନ୍ନ ପଦ ପଦବି ମିଳିପାରିଛି । ଦଳର ଅଭ୍ୟନ୍ତରିଣ ପରିବର୍ତ୍ତନ ଆଗକୁ କି ପ୍ରକାର ପରିସ୍ଥିତି ସୃଷ୍ଟି କରିବ ତାହା ଭବିଷ୍ୟତ କହିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here