Spread the love

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଗାଜିଆବାଦ ସ୍ଥିତି ବାସଭବନରେ ଥିବା ବେଳେ ଶ୍ରୀ ତ୍ୟାଗୀ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସବୁଠାରୁ ଗୁରୁତବପୂର୍ଣ୍ଣ ବିଷୟ ହେଉଛି ଆଜି ଅପରାହ୍ନ ୫ ଟାରେ ସେ ଏକ ଜାତୀୟ ଗଣମାଧ୍ୟମ ଆଜତକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ବିତର୍କରେ ଭାଗ ନେଇଥିଲେ। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଯୋଗୁ କଂଗ୍ରେସ ଦଳ ସମେତ ରାଜନୀତି ଦୁନିଆରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here