Spread the love

ମୁମ୍ବାଇ : ମୃତ ସୁଶାନ୍ତ ସିଂହଙ୍କ ଘରେ ଡ୍ରଗ୍ସ ଡେ଼ଲିଭରି ହେଉଥିଲା । ସୁଶାନ୍ତଙ୍କ ରୋଷେଇୟା ଦୀପେସ ସାୱନ୍ତକୁ ନାରକୋଟିକ୍ସ ବିଭାଗ ଆଜି ସନ୍ଧ୍ୟାରେ ଗରିଫ କରିଛି । ଧିରେ ଧିରେ ସୁଶାନ୍ତଙ୍କ ସହ ସଂପୃକ୍ତ ଜଣକ ପରେ ଜଣେ ଲୋକଙ୍କୁ ନାରକୋଟିକ୍ସ ବିଭାଗ ଗିରଫ କରୁଥିôବା ବେଳେ ରୋଷେଇୟା ନିକଟରେ ଡ୍ରଗ୍ସ କାରବାରକୁ ନେଇ ବହୁ ତଥ୍ୟ ରହିଥିବା ବଭାଗୀୟ ଅଫିସରମାନେ ଅନୁମାନ କରୁଛନ୍ତି ।
ଏପରିକି ସୁଶାନ୍ତ ଓ ରିଆଙ୍କ ପାଇଁ ୨/୩ଜଣ ଡ୍ରଗ୍ସ ବ୍ୟବସାୟୀ ବିଭିନ୍ନ ଡ୍ରଗ୍ସ ଯୋଗାଉଥିଲେ । ଏହି କାମରେ ରିଆଙ୍କ ସମେତ ତାଙ୍କ ଭାଇ ଶୋଭିକ ଓ ହାଉସ ପରିଚାଳକ ସାମୁଏଲ ପ୍ରମୁଖ ସଂପୃକ୍ତ ଥିଲେ । ଆଜି ନାରକୋଟିକସ୍‌ ବିଭାଗ ପକ୍ଷରୁ ମୁମ୍ବାଇ ମେଟ୍ରୋ ପଲିଟିଆନ୍‌ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଶୋଭିକ ଓ ସାମୁଏଲ ମିରିଣ୍ଡା ଉଭୟ ନିୟମିତ ଡ୍ରଗ୍ସ କାରବାରରେ ସଂପୃକ୍ତ ରହିଥିବା ଉଲ୍ଲେଖ କରାଯାଇଛି । ଶୋଭିକ ତାର ଜଣେ ବନ୍ଧୁ ସୂର୍ଯ୍ୟଦୀପର ମୋବାଇଲ ନମ୍ବର ସାମୁଏଲକୁ ଦେଇ ତା ସଂପର୍କରେ ରହିବାକୁ କହିଥିଲା । ସୂର୍ଯ୍ୟଦୀପ ଡ୍ରଗ୍ସ କାରବାରରେ ସଂପୃକ୍ତ ଅନ୍ୟତମ ମାଫିଆ ହୋଇଥିବା ବେଳେ ସେ ନିଜର ସପ୍ଲାୟର ଥିବା କମରଜିତକୁ ସାମୁଏଲର ସଂପର୍କରେ ରହିବାକୁ କହିଥିଲା । ଏହାଛଡ଼ା ପ୍ରତ୍ୟେକ ପୁଡ଼ିଆ ଲାଗି ୨୫ଶହ ଟଙ୍କା କମରଜିତ ନେଉଥିବା ସାମୁଏଲ କହିଥିଲା । ସେହିଭଳି ଏଚ୍‌.ଡ଼ି.ଏଫ୍‌.ସି ବ୍ୟାଙ୍କର ଏ.ଟି.ଏମ୍‌. ମାଧ୍ୟମରେ ୧୦ ହଜାର ଟଙ୍କା ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଦିଆଯାଇଥିବା ସାମୁଏଲ କହିଛି । ବଲିଉଡର ବହୁ ପ୍ରସିଦ୍ଧ କଳାକାର ଡ୍ରଗ୍ସ ସେବନ କରୁଥିବା କଥାକୁ ସାମୁଏଲ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here