Spread the love

ବେଙ୍ଗାଲୁରୁ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ଏବେ ବେଙ୍ଗାଲୁରୁରେ କରୋନା ଭାଇରସର ପୁନଃ ସଂକ୍ରମଣ ମାମଲ ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଜଣେ ୨୭ ବର୍ଷିୟା ମହିଳା ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କିଛି ମାସ ତଳେ ଏଥିରୁ ସୁସ୍ଥ ହୋଇ ଫେରିଥିଲେ । କର୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଏ ପ୍ରସଙ୍ଗରେ ଆଜି ଆମେ ବିଶେଷଜ୍ଞ ବୈଠକ ଡାକିଛୁ । ସୂଚନାଯୋଗ୍ୟ ଯେ ପୂର୍ବରୁ ଜଣ ରୋଗୀ କରୋନାରୁ ସୁସ୍ଥ ହେବା ପରେ ପୁନଃ ସଂକ୍ରମିତ ହେବାର ସମ୍ଭାବନା ବହୁତ କମ ବୋଲି ବିଶେଷଜ୍ଞ ମାନେ କହିଥିଲେ । କାରଣ ସୁସ୍ଥ ହେବା ପରେ ବ୍ୟକ୍ତିଙ୍କ ଶରୀରରେ କରୋନା ପ୍ରତିରୋଧୀ ଆଣ୍ଟିବଡି ସୃଷ୍ଟି ହୋଇଥାଏ । କିନ୍ତୁ ପୁନଃ ସଂକ୍ରମଣ ମାମଲା ଡାକ୍ତରଙ୍କ ହୋସ ଉଡେଇ ଦେଇଛି ।

LEAVE A REPLY

Please enter your comment!
Please enter your name here