Spread the love

ନୂଆଦିଲ୍ଲୀ : ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର କରିଛି । ଏଥିରେ ୬୭ ଲକ୍ଷ ୮୭ ହଜାର ୭୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧୭୮ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୦ ଲକ୍ଷ ୬୪ ହଜାର ୭୪୭ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୨୨ ହଜାର ୮୧୨ ଟି ମାମଲା ସକ୍ରିୟ ରହିଛି । ଏମାନଙ୍କ ମଧ୍ୟରୁ ୧୪ ହଜାର ୧୬୪ ଜଣ ଗୁରୁତର ଅଛନ୍ତି ।
ବର୍ତ୍ତମାନ ବିଶ୍ୱରେ ୨ କୋଟି ୯୭ ଲକ୍ଷ ୧୫ ହଜାର ୫୦୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୩୮ ହଜାର ୪୦୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨ କୋଟ ୧୫ ଲକ୍ଷ ୨୬ ହଜାର ୩୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୫୦ ହଜାର ୬୭୪ ଟି ମାମଲା ସକ୍ରିୟ ରହିଛି । । ଏବେ ୬୦ ହଜାର ୯୦୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।ଏବେ ବ୍ରାଜିଲରେ ୪୩ ଲକ୍ଷ ୮୪ ହଜାର ୨୯୯ ସଂକ୍ରମିତଓ ୧ ଲକ୍ଷ ୩୩ ହଜାର ୨୦୭ ମୃତ,ଋଷିଆରେ ୧୦ ଲକ୍ଷ ୭୩ ହଜାର ୮୪୯ ସଂକ୍ରମିତ, ୧୮ ହଜାର ୭୮୫ ମୃତ,ପେରୁରେ ୭ ଲକ୍ଷ ୩୮ ହଜାର ୨୦ ସଂକ୍ରମିତ ଓ ୩୦ ହଜାର ୯୨୭ ମୃତ.କଲମ୍ବିଆରେ ୭ ଲକ୍ଷ ୨୮ ହଜାର ୫୯୦ ସଂକ୍ରମିତ ଓ୨୩ ହଜାର ୨୮୮ ମୃତ, ମେକ୍ସିକୋରେ ୬ ଲକ୍ଷ ୭୧ ହଜାର ୭୧୬ ସଂକ୍ରମିତ ଓ ୭୧ ହଜାର ୪୯ ମୃତ,ଦକ୍ଷିଣ ଆଫ୍ରିକାରେ ୬ ଲକ୍ଷ ୫୧ ହଜାର ୫୨୧ ସଂକ୍ରମିତ ଓ ୧୫ ହଜାର ୬୪୧ ମୃତ,ସ୍ପେନରେ ୬ ଲକ୍ଷ ୩ ହଜାର ୧୬୭ ସଂକ୍ରମିତ, ୩୦ ହଜାର୪ ମୃତ,ଚିଲିରେ ୪ ଲକ୍ଷ ୩୭ ହଜାର ୯୮୩ ସଂକ୍ରମିତ, ୧୨ ହଜାର ୪୦ ମୃତ,ପାକିସ୍ତାନରେ ୩ ଲକ୍ଷ ୨ ହଜାର ୪୨୪ ସଂକ୍ରମିତ ଓ ୬ ହଜାର ୩୮୯ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here