Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମିତ ଦିନକୁ ଦିନ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସହିତ ତଦଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୮୦ ହଜାର ପାର କରି ୮୦୭୭୬ରେ ପହଞ୍ଚିଛି । ଏବେ ମୃତ୍ୟୁ ହାର ୧.୬୪ ପ୍ରତିଶତ ରହିଛି । ବର୍ତ୍ତମାନ ୨୦.୦୮ ପ୍ରତିଶତ ଅର୍ଥାତ ୯୯୦୦୬୧ଟି ମାମଲା ସକ୍ରିୟ ଥିବାବେଳେ ୩୮୫୯୩୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁସ୍ଥ ହାର ୭୮.୨୮ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here