Spread the love

ବ୍ରହ୍ମପୁର: ପ୍ରେସକ୍ରିପସନ ବଦଳି ଯିବାରୁ ଜଣେ କରୋନା ରୋଗୀଙ୍କ ଜୀବନ ଯାଇଛି ବ୍ରହ୍ମପୁର ସହରରେ । ବିବରଣୀରୁ ପ୍ରକାଶ ଯେ ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଦମୟନ୍ତୀ ସାହୁ ନାମ୍ନୀ ମହିଳା କରୋନା ସଂକ୍ରମିତ ହୋଇ ପାରଳା ମହାରାଜା କୋଭିଡ଼ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଜୁନ ୩୦ ତାରିଖରେ ତାଙ୍କୁ ବ୍ରହ୍ମପୁର ସିଟି ହସପିଟାଲ କୋଭିଡ଼ କେନ୍ଦ୍ରକୁ ରେଫର କରାଯାଇଥିଲା । ଠିକ ରୋଗୀଙ୍କୁ ରେଫର କରାଯାଇଥିଲ । ମାତ୍ର ପ୍ରେସକ୍ରିପସନ ବଦଳି ଯାଇଥିଲା । ଦମୟନ୍ତୀ ସାହୁଙ୍କ ପ୍ରେସକ୍ରିପସନ ବଦଳରେ ଦମୟନ୍ତୀ ପଣ୍ଡାଙ୍କ ପ୍ରେସକ୍ରିପସନ ପଠାଯାଇଥିଲା ଓ ସିଟି ହସପିଟାଲ କୋଭିଡ଼ କେନ୍ଦ୍ରର ଡାକ୍ତର ପଣ୍ଡାଙ୍କ ପ୍ରେସକ୍ରିପସନରେ ସାହୁଙ୍କ ଚିକିତ୍ସା କରିଥିଲେ । ଫଳରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଦମୟନ୍ତୀଙ୍କୁ ଯୋଜନାବଦ୍ଧ ଭାବେ ମାରିଦିଆଗଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିବା ସହ ଦମୟନ୍ତୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here