Spread the love

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ଚିକିତ୍ସା ବ୍ୟୟ ଉପରେ ଅଙ୍କୁଶ ଲଗାଇବାକୁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜଣାଇବାକୁ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁଚନାଯୋଗ୍ୟ ଯେ କରୋନା ରୋଗୀଙ୍କ ଚିକିତ୍ସା ବିନା ମୂଲ୍ୟରେ କରାଇବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ପ୍ରାର୍ଥନା କରି ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏପରିକି ଘରୋଇ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା ମାଗଣା କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେବା ନିମନ୍ତେ ପ୍ରାର୍ଥନା ସମ୍ବଳିତ ମାମଲା ମଧ୍ୟ ଦାୟର ହୋଇଛି ।

LEAVE A REPLY

Please enter your comment!
Please enter your name here