Spread the love

ବେଜିଂ : କରୋନାକୁ ନେଇ ସମଗ୍ର ବିଶ୍ଵ ଏବେ ଚିନ୍ତାରେ । ପ୍ରକୃତରେ ଚୀନର କେଉଁଠୁ ଆସିଥିଲା ଏହି ଭୁତାଣୁ ? କେଉଁ ଜିନିଷରୁ ଏହାର ହୋଇଥିଲା ସୃଷ୍ଟି ?ଏମିତି ବିଭିନ୍ନ ପ୍ରଶ୍ନ ଏବେବି ମନରେ ଉଙ୍କି ମାରୁଛି। ତେବେ ଏହି ଭୁତାଣୁ ଚୀନ ବନ୍ଦର ନଗରୀ ଡାଲିଆନରୁ ଆସିଥିବା ସୂଚନା ମିଳିଛି । ସେଠାରେ ଥିବା ଏକ ଇକ୍ୟୁଏଡୋର କମ୍ପାନୀ ଏହି ଫ୍ରୋଜେନ ସି’ ଫୁଡ ବ୍ୟବସାୟ କରୁଥିଲା । ଏଠାରେ ଆମଦାନୀ ହୋଇଥିବା ଏବଂ ପ୍ୟାକିଂ ହୋଇ ଆସିଥିବା​‌ ଫ୍ରୋଜେନ ସି’ ଫୁଡରୁ କରୋନା ଭାଇରସ୍ ମିଳିଛି ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି।ଜୁଲାଇରେ, ଉତ୍ତର-ପୂର୍ବ ଲିଆଓନିଙ୍ଗର ଏକ ପ୍ରମୁଖ ବନ୍ଦର ଡାଲିଆନରେ ଥିବା କଷ୍ଟମସ୍ ଅଧିକାରୀମାନେ ଇକ୍ୟୁଏଡରରୁ ଆମଦାନୀ ହୋଇଥିବା ଫ୍ରୋଜେନ ଚିଙ୍ଗୁଡ଼ିର ପ୍ୟାକେଜିଂରେ କରୋନା ଭାଇରସ୍ ପାଇଥିଲେ ଏବଂ ପରେ ତିନି ଜଣ ଇକ୍ୟୁଏଡୋର ଚିଙ୍ଗୁଡ଼ି ଉତ୍ପାଦକଙ୍କ ଠାରୁ ଆମଦାନୀକୁ ସ୍ଥଗିତ ରଖାଯାଇଥିଲା।କରୋନା ଭାଇରସ୍ ଗତ ବର୍ଷ ଚାଇନାର ୱୁହାନ ସହରର ଏକ ବନ୍ୟଜନ୍ତୁ ବିକ୍ରି ବଜାରରୁ ଆରମ୍ଭ ହୋଇଥଲା। ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଥିଲା।

LEAVE A REPLY

Please enter your comment!
Please enter your name here