Spread the love

ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ପିଏମ କିଶାନ ନିଧିରେ ବଡ ଧରଣର ଦୁର୍ନୀତି ହୋଇଛି । କିଛି ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଉଥିବା ମାମଲା ସାମ୍ନାକୁ ଆସିଛି ।ଏଥିରୁ୧୧୦ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ତାମିଲନାଡୁ ସରକାରଙ୍କ ଖୁଲାସା କରିଛନ୍ତି । ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ଏହି ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛିା ପ୍ରମୁଖ ସଚିବ ଗଗନଦୀପ ସିଂହ ବେଦୀଙ୍କ ଅନୁଯାୟୀ ଅଗଷ୍ଟ ମାସରେ ପ୍ରଥମଥର ପାଇଁ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଅହେତୁକ ବଢିଥିବା ପରିଲକ୍ଷିତ ହୋଇଥିଲା ।ତେବେ ବିଶେଷକରି ୧୩ ଜିଲ୍ଲାରେ ଲାଭାର୍ଥିଙ୍କ ସଂଖ୍ୟା ବଢିଥିବା ଦେଖାଯାଇଛି । ଏହି ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛିା ଏମାନେ ଏଜେଣ୍ଟ ଥିଲେ । ଏହା ସହିତ କିଶାନ ଯୋଜନାରେ ଜଡିତ ୮୦ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ଏହି ମାମଲାରେ ୩୪ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛିା ସୂଚନା ଅନୁଯାୟୀ କୃଷି ବିଭାଗର ଅଧିକାରୀମାନେ ଅନଲାଇନ ଆବେଦନ ଅନୁମୋଦନ ପ୍ରଣାଳୀ ଉପଯୋଗ କରି ବେଆଇନ ଭାବେ ଅନେକ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲୋ ଏଥିରେ ମାଡ଼ସ ଅପରେଣ୍ଡିରେ ସରକାରୀ ଅଧିକାରୀ ସାମିଲ ଥିଲୋ ଏମାନେ ନୂଆ ଲାଭାର୍ଥି ସାମିଲ କରୁଥିବା ଦଲାଲଙ୍କୁ ଲଗଇନ୍ ପାସୱାର୍ଡ଼ ପ୍ରଦାନ କରୁଥିଲେ ଏବଂ ସେମାନଙ୍କୁ ୨ ହଜାର ଟଙ୍କା ଦେଉଥିଲେ । ସରକାର ଏବେ ସୁଦ୍ଧା ୧୧୦ କୋଟି ଟଙ୍କା ମଧ୍ୟରୁ ୩୨ କୋଟି ଟଙ୍କା ଆଦାୟ କରିଛନ୍ତି । ବାକି ଟଙ୍କା ଆଗାମୀ ୪୦ ଦିନ ମଧ୍ୟରେ ଅସୁଲ ହୋଇଯିବ ବୋଲି ତାମିଲନାଡୁ ସରକାର ଦାବିି କରିଛନ୍ତି । କଲ୍ଲାକୁରିଚୀ, ବିଲ୍ଲୁପୁରମ୍, କୁଡ୍ଡଲୋର, ବେଲ୍ଲୋର, ରାନିପେଟ୍, ସଲେମ, ଧର୍ମପୁରୀ, କୃଷ୍ଣଗିରି, ଆଦି ଜିଲ୍ଲାରେ ଏହି ଦୁର୍ନୀତି ହୋଇଛି ।

LEAVE A REPLY

Please enter your comment!
Please enter your name here