Spread the love

ନୂଆଦିଲ୍ଲୀ
ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଲାଗିରହିଛି । ଏହା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଆଗକୁ ଘୋର ବିପଦ ରହିଛି ବୋଲି ଅର୍ଥନୀତିଜ୍ଞ ମାନେ ମତପ୍ରକାଶ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ(ଏପ୍ରିଲ-ଜୁନ)ରେ ଜିଡିପି ରେକର୍ଡ ୨୩.୯ ପ୍ରତିଶତ ହ୍ରାସ ପାଇଛି । ଗତ ୪୦ ବର୍ଷରେ ପ୍ରଥମ ଥର ପାଇଁ ଜିିଡିପିରେ ବଡ ହ୍ରାସ ପାଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୩୫.୩୫ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଏହା ମାତ୍ର ୨୬.୯୦ ଲକ୍ଷ କୋଟି ରହିଛି । ସେହିପରି ଜିଏସଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥିରୁ କରୋନା ଭାଇରସ ଯୋଗୁଁ ଅର୍ଥନୀତି କିପରି ଭାବରେ ପ୍ରଭାବିତ ହେଉଛି ତାହା ଜଣାପଡୁଛି । କେବଳ ଯେ କରୋନା ଯୋଗୁଁ ତା ନୁହେଁ ଏହା ପୂର୍ବରୁ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିଲା । ସୂଚନା ଅନୁଯାୟୀ ବିଭିନ୍ନ ବ୍ୟାଙ୍କର ପ୍ରାୟ ୯୦୧୩୦ କୋଟି ଟଙ୍କା ଏନପିଏ(ନନ ପରଫରମିଂ ଆସେଟ) ହେବାକୁ ବସିଲାଣି । ଏହା ବ୍ୟତୀତ ସେମାନେ ୯୧୧୩୦ କୋଟି ଟଙ୍କା ବିଭିନ୍ନ ଏସଏସଜିଙ୍କୁ ଋଣ ଦେଇଛନ୍ତି । ଏହା ମଧ୍ୟରୁ ୨୧୬୮ କୋଟି ଟଙ୍କା (ଋଣକ ୨.୩ %) ଏନପିଏ ହୋଇଗଲାଣି । ଅପରପକ୍ଷେ ଜିଏସଟି ରାଜସ୍ୱ ହ୍ରାସ ଭରଣା ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ବିରୋଧ କରି ତାମିଲନାଡୁ ସମେତ ୪ଟି ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଏପରି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସଙ୍କଟକୁ ଆକ୍ଟ ଅଫ ଗଡ ବୋଲି କହିଛନ୍ତି । ତେବେ ଏହାକୁ ପୂର୍ବତନ ଅର୍ଥମନ୍ତ୍ରୀ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମନୁଷ୍ୟକୃତ ବିପର୍ଯ୍ୟୟକୁ ଇଶ୍ୱରଙ୍କ କାର୍ଯ୍ୟ ବୋଲି କହିବା ଅତ୍ୟନ୍ତ ନିନ୍ଦାଜନକ କାର୍ଯ୍ୟ । ଅର୍ଥମନ୍ତ୍ରୀ ଜାଣିଶୁଣି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । କାରଣ କରୋନା ପୂର୍ବରୁ ମଧ୍ୟ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିଲା । କରୋନା ସଙ୍କଟ ହୋଇନଥିଲେ ମଧ୍ୟ ଅର୍ଥନୀତି ନିମ୍ନଗାମୀ ହୋଇଥାନ୍ତା ।

LEAVE A REPLY

Please enter your comment!
Please enter your name here