Spread the love

ଉମରକୋଟ : ଆଜି ରାଇଘର ଥାନା ଦୁଗୁଲିପାରା ଗାଁ ପାଖ ଏକ ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରିଛି । ତେବେ ଯୁବକ ଜଣଙ୍କ ଦୁଗୁଲିପାରା ଗାଁର ହୋଇଥିବା ବେଳେ ଯୁବତୀ ଜଣଙ୍କ ବିଡିସାରି ଗାଁର ହୋଇଥିବା ଜଣାପଡିଛି । ଉଭୟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ତଳେ ଲାଗିଥିବାରୁ ମୃତ୍ୟୁର କାରଣ ଆତ୍ମହତ୍ୟା କି ହତ୍ୟା ତାହା ଜଣା ପଡିନାହିଁ । ୨ଜଣଙ୍କ ମୃତ ଦେହ ଜବତ କରି ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here