Spread the love

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ ମିଳିବ ଟଙ୍କା । ଏଭଳି ଏକ ଘଟଣା ଆପଣ ଚିନ୍ତା କରି ପାରୁଛନ୍ତି କି? ଆଜ୍ଞା ହଁ , ଏଭଳି ଏକ ଘଟଣାକୁ ସତ କରି ଦେଖାଇଛନ୍ତି ଆମେରିକା ସରକାର । ଆମେରିକାର କାଲିଫର୍ନିଆର ରେ ଥିବା ଏକ ଅଞ୍ଚଳରେ କରୋନା ଆକ୍ରାନ୍ତ ଙ୍କ ପାଇଁ ବଡ ନିଷ୍ପତି ନିଆଯାଇଛି | କରୋନା ଆକ୍ରାନ୍ତଙ୍କ ଖାଦ୍ୟ ଖର୍ଚ୍ଚ, ଭଡା ଏବଂ ଫୋନ୍ ବିଲ୍ ପୈଠ ଦେବାରେ ସାହାଯ୍ୟ କରିବାକୁ ଭାରତୀୟ ମୁଦ୍ରାରେ ୯୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । କାଲିଫର୍ନିଆର ଆଲାମେଡା କାଉଣ୍ଟିର ସୁପରଭାଇଜର ବୋର୍ଡ ପକ୍ଷରୁ ଆକ୍ରାନ୍ତ ଙ୍କୁ ଏହି ସହାୟତା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ଜୀବିକା ହରାଇଥିବା ଲୋକଙ୍କୁ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଆମେରିକା ବର୍ତ୍ତମାନ ଭୟଙ୍କର ଭାବେ ବେରୋଜଗାରି ସ୍ଥିତି ଦେଇ ଗତି କରୁଛି ।

LEAVE A REPLY

Please enter your comment!
Please enter your name here