Spread the love

ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ ଆମ୍ବୁଲାନ୍ସ ସେବା ଚାର୍ଜକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ସମସ୍ତ ରାଜ୍ୟ ସରକାରଙ୍କୁ ଆମ୍ବୁଲାନ୍ସ ସେବା ପାଇଁ ଉଚିତ ଶୁଳ୍କ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ଏହାସହ ସୁପ୍ରିମକୋର୍ଟ କହିଛନ୍ତି କୋଭିଡ-୧୯ ରୋଗୀଙ୍କୁ ଘରୁ ହସ୍ପିଟାଲ ଓ ହସ୍ପିଟାଲରୁ ଘରକୁ ନେଇ ଯିବା ପାଇଁ ଏସଓପି ନିର୍ଧାରିତ କରାଯାଇଛି | ସମସ୍ତ ରାଜ୍ୟକୁ ବିସ୍ତୃତ ନିର୍ଦେଶ ଜାରି କରିବାକୁ ଏଥିରେ ଉଲ୍ଲେଖ ରହିଛି ।ଅନ୍ୟପଟେ ମାମଲାର ଶୁଣାଣିରେ ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଗାଇଡଲାଇନ ଆମ୍ବୁଲାନ୍ସ ଦାମ ନିର୍ଧାରିତ କରିନାହିଁ | ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ସମସ୍ତ ରାଜ୍ୟ ସରକାର କୋଭିଡ-୧୯ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ଉଚିତ ମୂଲ୍ୟ ଧାର୍ଯ୍ୟ କରନ୍ତୁ |

LEAVE A REPLY

Please enter your comment!
Please enter your name here